୨ ଘଣ୍ଟା ବାଣ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି: ତେଲେଙ୍ଗାନାରେ ଦୀପାବଳି ଦିନ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ କେବଳ ଗ୍ରୀନ ଓ କମ୍ ପ୍ରଦୂଷଣ ଯୁକ୍ତ ବାଣ ଏହି ୨ ଘଣ୍ଟା ମଧ୍ୟରେ ଫୁଟି ପାରିବ। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜଷ୍ଟିସ ଏଏମ ଖାନୱିଲକର ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ଆବେଦନର ଶୁଣାଣି କରି ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି। ତେଲେଙ୍ଗାନା ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୀପାବଳିରେ ବାଣ ଫୁଟା ଉପରେ ସଂପୂର୍ଣ୍ଣ ବ୍ୟାନ୍ ଲଗାଇଥିଲେ। ଏହା ବିରୋଧରେ ତେଲେଙ୍ଗାନା ବାଣ ଦୋକାନୀ ଆସୋସିଏସନ ସୁପ୍ରିମକୋର୍ଟ ଯାଇଥିଲେ।