ରାଷ୍ଟ୍ରବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଆଲୋକର ପର୍ବ ଦୀପାବଳି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ପର୍ବକୁ ମଧ୍ୟ ନିରାଡମ୍ବର ଭାବେ ପାଳନ କରାଯାଉଛି। ଲୋକମାନେ ନିଜ ପରିବାର ସହିତ ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଅବସରରେ ଶନିବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦୀପାବଳି ସ୍ୱଚ୍ଛତାର ପର୍ବ। ତେଣୁ ପ୍ରଦୂଷଣମୁକ୍ତ, ପରିବେଶ ଅନୁକୂଳ ତଥା ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବା ଦରକାର। ଗୋଟିଏ ଗୋଟିଏ ଦୀପ ଜାଳି ଆମେ ଆଶା ଏବଂ ସମୃଦ୍ଧିର ପ୍ରଦୀପ ହୋଇ ସମାଜର ଗରିବ, ଦରିଦ୍ର ଏବଂ ଅଭାବୀ ଲୋକଙ୍କ ଜୀବନରେ ଖୁସି ବାଣ୍ଟିବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା। ସମସ୍ତେ ସମୃଦ୍ଧ ଏବଂ ସୁସ୍ଥ ରୁହନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି।