ରାୟଗଡ଼ା,ଏନ୍ଏନ୍ଏସ୍: ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷ୍ମୀ ସିଂହାଣିଆ ପବ୍ଲିକ ସ୍କୁଲର ସିବିଏସି ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଛି। ଚଳିତବର୍ଷ ୩୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ସମସ୍ତ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୩୭ ଜଣଙ୍କ ମଧ୍ୟରୁ ୮ ଜଣ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବାବେଳେ, ୮୦ ପ୍ରତିଶତ ମାର୍କ ୧୨ ଏବଂ ଅବଶିଷ୍ଟ ୧୭ ଜଣ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଛନ୍ତି। ଶିକ୍ଷାନୁଷ୍ଠାନର ମହମ୍ମଦ ଆନସ ୯୪.୬, ସୋମେଶ ପଣ୍ଡା ୯୪.୨ ଏବଂ ସୀମାଦ୍ରୀ ନବୀନ ୯୪.୦ ପ୍ରତିଶତ ମାର୍କ ରଖି ପ୍ରଥମ ତିନିଜଣଙ୍କ ମଧ୍ୟରେ ରହିଛନ୍ତି। ଶିକ୍ଷାନୁଷ୍ଠାନର ଫଳାଫଳରେ ଖୁସି ପ୍ରକଟ କରି ଜେକେ କାଗଜ କଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଉପ-ସଭାପତି (କାର୍ମିକ ) ବିନୟ ଦ୍ୱିବେଦୀ, ଉପ-ସଭାପତି ବିଶ୍ୱଜିତ ଦ୍ୱିବେଦୀ ସ୍କୁଲର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର, କିଶୋର ପାଣିଗ୍ରାହୀ ପ୍ରମୁଖ ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।