ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ୟୁର୍ ପ୍ଲେ କ୍ରେଡିଟ୍ କାର୍ଡ ଇସ୍ୟୁଅର୍ ଏସ୍ବିଆଇ କାର୍ଡ, ଭାରତର ପରବର୍ତ୍ତୀ ପିଢ଼ିର କ୍ରେଡିଟ୍ କାର୍ଡ ଲଂଚ୍ କରିବା ପାଇଁ ଡିଜିଟାଲ ଆର୍ଥିକ ସେବା ପ୍ରଦାନକାରୀ ପ୍ଲାଟ୍ଫର୍ମ ପେଟିଏମ୍ ସହିତ ସହଭାଗିତା କରିଛି। ପେଟିଏମ୍ ଏସ୍ବିଆଇ କାର୍ଡ ଓ ପେଟିଏମ୍ ଏସ୍ବିଆଇ କାର୍ଡ ସିଲେକ୍ଟ ଭଳି ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ଏହି ଉତ୍ପାଦକୁ ଭିସା ପ୍ଲାଟ୍ଫର୍ମରେ ଲଂଚ୍ କରାଯାଇଛି। ଏହି ଲଂଚ୍ ଏକ ସୁରକ୍ଷିତ ଓ ଉନ୍ନତ ଉପଭୋକ୍ତା ଅଭିଜ୍ଞତା ପାଇଁ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବ।
ପେଟିଏମ୍ ଏସ୍ବିଆଇ କାର୍ଡ ହୋଲ୍ଡର୍ମାନେ ଉଭୟ ଏସ୍ବିଆଇ କାର୍ଡ ମୋବାଇଲ ଆପ୍ ଓ ପେଟିଏମ୍ ଆପ୍ରେ ଉପଲବ୍ଧ ସ୍ମାର୍ଟ ୱାନ୍ ଟ୍ୟାପ୍ ଫିଚର ମାଧ୍ୟମରେ ନିଜର କାର୍ଡଗୁଡିକୁ ନିୟନ୍ତ୍ରଣ କରିପାରିବେ। ପେଟିଏମ୍ ଏସ୍ବିଆଇ କାର୍ଡଗୁଡିକ ଇନ୍ଷ୍ଟାଣ୍ଟ ୱାନ୍-ଟଚ୍ ସର୍ଭିସ୍ ଯେପରିକି ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ ପାଇଁ କାର୍ଟର ବ୍ଲକିଙ୍ଗ କିମ୍ବା ଅନ୍ବ୍ଲକିଙ୍ଗ୍, ହଜିଯିବା କିମ୍ବା ଏକ ଡୁପ୍ଲିକେଟ୍ କାର୍ଡ ଜାରି କରିବା ପାଇଁ କାର୍ଡକୁ ବ୍ଲକ୍ କରିବା, ବକେୟା କ୍ରେଡିଟ୍ ଲିମିଟ୍କୁ ଦେଖିବା ଆଦିରେ ସୁସଜ୍ଜିତ ରହିବ।
ଏହା ଉପଭୋକ୍ତାଙ୍କୁ କଣ୍ଟାକ୍ଟଲେସ୍ ପେମେଣ୍ଟ କିମ୍ବା ଆନ୍ତର୍ଜାତୀୟ ଟ୍ରାଞ୍ଜାକ୍ସନ ପାଇଁ ଆବଶ୍ୟକ ନଥିବା ବେଳେ କାର୍ଡକୁ ସ୍ୱିଚ୍ ଅଫ୍ କରି ଠକାମିରୁ ସୁରକ୍ଷିତ ରହିବାର ବିକଳ୍ପ ପ୍ରଦାନ କରିଥାଏ। ପେଟିଏମ୍ ଆପ୍ ଏକ ବ୍ୟକ୍ତିଗତ ଖର୍ଚ୍ଚ ବିଶ୍ଳେଷକ ସହିତ ଆସିବ ଯାହା ଖର୍ଚ୍ଚର ଆକଳନ କରିବା ସହ ଭବିଷ୍ୟତ ଖର୍ଚ୍ଚ ପାଇଁ ଯୋଜନା ପ୍ରସ୍ତୁତ କରିବ। ପେଟିଏମ୍ ଉପଭୋକ୍ତାମାନେ ୧ ମିନିଟ୍ରୁ କମ୍ ସମୟ ମଧ୍ୟରେ ପେଟିଏମ୍ ଆପ୍ରୁ ଏହି କାର୍ଡ ପାଇଁ ପଞ୍ଜୀକରଣ କରିପାରିବେ।
କାର୍ଡହୋଲ୍ଡରମାନେ ପେଟିଏମ୍ ଆପ୍ରେ ମୁଭି ଟିକେଟ୍ ଓ ଟ୍ରାଭେଲ୍ ଟିକେଟ୍ ବୁକିଙ୍ଗ ଉପରେ ଓ ପେଟିଏମ୍ ମଲ୍ରୁ ସାମଗ୍ରୀ କିଣିବା ବେଳେ ପେଟିଏମ୍ ଏସ୍ବିଆଇ କାର୍ଡ ସିଲେକ୍ଟ ଓ ପେଟିଏମ୍ ଏସ୍ବିଆଇ କାର୍ଡ ଉପରେ ଯଥାକ୍ରମେ ୫% ଓ ୩%ର କ୍ୟାଶବ୍ୟାକ ପାଇପାରିବେ। ସେହିପରି ପେଟିଏମ୍ ଆପ୍ରେ ପେଟିଏମ୍ ଏସ୍ବିଆଇ କାର୍ଡର ବ୍ୟବହାର କରି ପେମେଣ୍ଟ କଲେ ୨% ଓ ଅନ୍ୟ ସ୍ଥାନରେ ପେମେଣ୍ଟ କଲେ ୧% କ୍ୟାଶବ୍ୟାକ୍ ମିଳିବ।