ସାଢ଼େ ତିନି ଘଣ୍ଟା ଠପ୍ ହେଲା ଏସବିଆଇର ଡିଜିଟାଲ୍ ସେବା

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ)ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ଠପ୍ ହୋଇଯାଇଥିଲା। ଆଜି ଦିପହର ୨.୧୦ ଠାରୁ ସାଢ଼େ ତିନି ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ. ୟୋନୋ ଆପ୍, ୟୋନୋ ଲାଇଟ୍, ଆଦି ସେବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏସବିଆଇ ଆଜି ନିଜର ୟୁପିଆଇ ପ୍ଲାଟଫର୍ମକୁ ଅପଗ୍ରେଡ୍ କରିବା ଯୋଗୁଁ ଏହି ସେବାଗୁଡ଼ିକରେ ବ୍ୟାଘାତ ହେବ ବୋଲି ଟ୍ୱିଟ୍ କରି ଗ୍ରାହକମାନଙ୍କୁ ଆଗୁଆ ସୂଚନା ଦେଇଥିଲା। ଆମେ ଗ୍ରାହକମାନଙ୍କୁ ଭଲ ସେବା ଯୋଗାଇଦେବା ପାଇଁ ଆମ ଡିଜିଟାଲ୍ ପ୍ଲାଟଫର୍ମକୁ ଅପଗ୍ରେଡ୍ କରୁଛୁ। ଏହି ଅବଧି ମଧ୍ୟରେ ସେବାର ଉପଲବ୍ଧତା ଯୋଗାଇ ନଦେବା ଯୋଗୁଁ କର୍ତ୍ତୃପକ୍ଷ ଟ୍ୱିଟ୍ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ଦୁଃଖ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ୍୍୍ ଏସବିଆଇର ସାରା ଦେଶରେ ୪୪ କୋଟିରୁ ଅଧିକ ଗ୍ରାହକ ଅଛନ୍ତି।