ନଟରାଜନଙ୍କୁ ଏସୟୁଭି ଉପହାର ଦେଲେ ମହିନ୍ଦ୍ରା

ନୂଆଦିଲ୍ଲୀ, ଏଜେନ୍ସି: ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ଲଗାତାର ଦ୍ୱିତୀୟ ଥର ଟିମ୍ ଇଣ୍ଡିଆ ପରାସ୍ତ କରି ଇତିହାସ ରଚିଥିଲା। ଗାବାରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟ ମ୍ୟାଚକୁ ଟିମ୍ ଇଣ୍ଡିଆ ୩ ୱିକେଟରେ ଜିତିଥିଲା। ଏହି କୀର୍ତ୍ତିମାନ ପରେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଟିମ୍ ଇଣ୍ଡିଆର ୬ଜଣ ଖେଳାଳିଙ୍କୁ ୬ଟି ମହିନ୍ଦ୍ରା ଥାର୍ ୟୁଏସଭି ଉପହାର ଦେବା ପାଇଁ ଘୋଷଣା କରିଥିଲେ। ଆନନ୍ଦ ମହିନ୍ଦ୍ରା ଏବେ ଟିମ୍ ଇଣ୍ଡିଆ ଫାଷ୍ଟ ବୋଲର ଟି. ନଟରାଜନଙ୍କୁ ଏସୟୁଭି ଉପହାର ପ୍ରଦାନ କରିଛନ୍ତି। ଏନେଇ ନଟରାଜନ୍ ନିଜ ଟ୍ୱିଟର୍ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାର ପ୍ରତିଦାନରେ ନଟରାଜନ୍ ଗାବା ଟେଷ୍ଟରେ ପିନ୍ଧିଥିବା ଜର୍ସିରେ ସ୍ୱାକ୍ଷର କରି ଆନନ୍ଦ୍ର ମହିନ୍ଦ୍ରାଙ୍କୁ ଦେଇଛନ୍ତି।
ସୂଚନା ଥାଉକି, ମହିନ୍ଦ୍ରା ଯେଉଁ ୬ ଖେଳାଳିଙ୍କୁ ଏସ୍ୟୁଭି ଉପହାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆରେ ଟେଷ୍ଟ ଡେବ୍ୟୁ କରିଥିବା ମହମ୍ମଦ ସିରାଜ୍, ଟି. ନଟରାଜନ୍, ଶାର୍ଦ୍ଦୁଲ ଠାକୁର, ୱାଶିଂଟନ୍ ସୁନ୍ଦର, ଶୁବମାନ୍ ଗିଲ୍ ଏବଂ ନବଦୀପ ସାଇନି ଅନ୍ତର୍ଭୁକ୍ତ।