ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଜଗନ୍ନାଥ ମନ୍ଦିରରୁ ‘ବଗଲା ବଚାଓ’ ଇ ପିଟିସନ ଦସ୍ତଖତ ପ୍ରଚାର ଅଭିଯାନକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଆରମ୍ଭ କରିଛନ୍ତି। ଏଥିପାଇଁ ପୁରୀ ଶ୍ରୀକ୍ଷେତ୍ରରୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆରମ୍ଭ କରିଥିବା ଅନଲାଇନ ପିଟିସନରେ ଦସ୍ତଖତ କରି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୧୯୦୫ ମସିହାରେ କହ୍ନେୟା ଲାଲ ବଗଲା ଏକ ଧର୍ମଶାଳା ତିଆରି କରି ରାଜ୍ୟ ସରକାରଙ୍କୁ ଦାନ କରିଥିଲେ। ହେଲେ ସରକାର ଏହି ଶହେ ବର୍ଷ ପୁରୁଣା ଧର୍ମଶାଳାକୁ ଶ୍ରଦ୍ଧାଳୁଙ୍କ ରହିବା ପାଇଁ ସୁରକ୍ଷିତ ରଖିବା ପରିବର୍ତ୍ତେ ଏହାକୁ ବିକ୍ରି କରିବା ପାଇଁ ଉଦ୍ୟମ କରିଛନ୍ତି। ଏହା ଲକ୍ଷାଧିକ ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ଏହି ସମୟରେ କୃଷ୍ଣ ମୁରାରୀ ସିଂ, ବିଉଟି ଶ୍ରୀବାସ୍ତବ, ପାରଶ ନାଥ ସାହୁ, ସଞ୍ଜୁ ସଲୁଜା, ନିରଜ ବାରିକ ଓ ଶ୍ଲୋକ ସରନ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ