ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ଶେଷ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଛି। ଏଥିସହିତ ଖାଲି ପଡ଼ିଥିବା ୬୪ ବିଧାନସଭା ସିଟ୍ ଓ ଗୋଟିଏ ଲୋକସଭା ସିଟ୍ ପାଇଁ ଉପନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିହାର ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବା ଜରୁରୀ ଆଉ ଏହି ସମୟରେ ଦେଶର ମୋଟ ୬୫ଟି ନର୍ବିାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛିଦିନ ମଧ୍ୟରେ ଘୋଷଣା କରାଯାଇପାରେ। ଏହି ନିର୍ଦ୍ଦେଶ ଅନୁସାରେ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଳରେ ବି ଉପନିର୍ବାଚନ ହେବ। ଆଉ ପ୍ରଚାର ଓ ଭୋଟିଂ କରୋନା କଟକଣା ମଧ୍ୟରେ ହେବ ବୋଲି ପୂର୍ବରୁ ଗାଇଡଲାଇନ ଜାରି କରାଯାଇଛି।