ସତ୍ୟପ୍ରିୟ ପାଇଲେ କରମବୀର ଚକ୍ର

ଓଡ଼ିଶାର ପଞ୍ଚ୍ ମ୍ୟାନ ଭାବେ ପରିଚିତ ସତ୍ୟପ୍ରିୟ ପ୍ରଧାନଙ୍କୁ ସମ୍ମାନଜନକ କରମବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାସହ ବିଶ୍ଵ ଯୁବ ନେତୃତ୍ୱରେ ଫେଲୋସିପ ପାଇଁ ମନୋନୀତ ହୋଇଛନ୍ତି । ମିଳିତ ଜାତିସଂଘ ଏବଂ ଇକଙ୍ଗୋ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ନୂଆଦିଲୀର ଆଇଆଇଟି ଠାରେ ପ୍ରଦାନ କରାଯାଇଛି । ପୂର୍ବରୁ ବ୍ୟକ୍ତିଗତ ଭାବେ ଦୁଇଟି ଗିନିଜ ବୁକ୍ସ ଅଫ ରେକର୍ଡର ଅଧିକାରୀ ହୋଇଥିବାରୁ ଯୁବକଙ୍କ ପ୍ରେରଣା ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।