ମୋଦୀଙ୍କୁ ଚିଠି ଲେଖିଲେ ସରିଫ, ଶାନ୍ତିପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ପ୍ରସ୍ତାବ

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଇତିମଧ୍ୟରେ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଜମ୍ମୁୁ-କଶ୍ମୀର ସମେତ ଅନ୍ୟାନ୍ୟ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବାକୁ ସରିଫ୍ ଏହି ଚିଠିରେ ପ୍ରସ୍ତାବ ଦେଇଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ସମେତ ଦକ୍ଷିଣ ଏସିଆର ଏହି ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ଭାରତ-ପାକ୍ ସମ୍ପର୍କରେ ଉନ୍ନତି ଘଟିବା ଗୁରୁତ୍ୱପୂର୍ଣ୍ଣ ବୋଲି ସରିଫ୍ କହିଛନ୍ତି।

ସୂଚନାଯୋଗ୍ୟ ସରିଫ୍ ପ୍ରଧାନମନ୍ତ୍ରୀ ହେବାପରେ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ଆତଙ୍କବାଦର ପ୍ରଶ୍ନ ଉଠୁନଥିବା କହିଥିଲେ। ଜବାବରେ ସରିଫ୍ ଲେଖିଛନ୍ତି ଯେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ପାକିସ୍ତାନ ଯେଉଁ ବଳିଦାନ ଦେଉଛି, ତାହା ସମଗ୍ର ବିଶ୍ୱବାସୀ ସଙ୍କେତ ପାଇଛନ୍ତି।