ବେଙ୍ଗାଲୁରୁରେ କଳିଙ୍ଗ ୟୁଥ୍ ପକ୍ଷରୁ ରକ୍ତଦାନ ଶିବିର ଦେଶ- ବିଦେଶ By Nitidin Last updated Apr 18, 2022 Share ବେଙ୍ଗାଲୁରୁ,ଏଜେନ୍ସି: ଏରକ୍ତ ଦାନ ମହତ ଦାନ। ଏହି ଉଦ୍ଦେଶ୍ୟ ରଖି ପ୍ରବାସୀ ଓଡ଼ିଆମାନଙ୍କ ଦ୍ବାରା ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କରୋନା ମହାମାରୀ ସମୟରେ ରକ୍ତ ଅଭାବ ବହୁତ ଦେଖିବାକୁ ମିଳୁଥିଲା, ଫଳରେ ବହୁତ ଓଡ଼ିଆ ରକ୍ତ ଅଭାବ ଜନିତ କାରଣରୁ ମୃତ୍ୟୁ ବରଣ କରିଥିଲେ।ଏହାର ନିରାକରଣ ସହିତ ପ୍ରବାସରେ କେହି ରକ୍ତ ଅଭାବ ଜନିତ ମୃତ୍ୟୁ ନହେଉ ଏହାହିଁ ଲକ୍ଷ। ଏହି ପରିପ୍ରେକ୍ଷୀରେ ବେଙ୍ଗାଲୁରୁର ଜଣାଶୁଣା ସାମାଜିକ ଅନୁଷ୍ଠାନ କଳିଙ୍ଗ ୟୁଥ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ରେଡ଼୍ କ୍ରସ୍ ଓ କଳିଙ୍ଗ ୟୁଥ୍ ମିଳିତ ଉଦ୍ୟମରେ ଭର୍ତ୍ତୃର ଠାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। କଳିଙ୍ଗ ୟୁଥ୍ର ସଭାପତି ଶାଶ୍ୱତ ବରାଳ, ମନୋହର ରେଡି, ତୁଷାର ରଞ୍ଜନ ପାଣିଗ୍ରାହୀ, ବାମନ ଗିରି, ଧୀରେନ୍ଦ୍ର ଧଳ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରେଡକ୍ରସ ପକ୍ଷରୁ ଡାକ୍ତରୀ ଟିମ ୧୦୦ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ସଦସ୍ୟ ଅଜୟ ନାୟକ, ଅନୀଲ ପାଲୋରୀ, ଅମିତ ଜେନା, ସଂଜୀବ ଦାସ, ପ୍ରବୀଣ ରାଜ, ଦିଲୀପ ପ୍ରହରାଜ, ସୁନୀଲ ମଲିକ, ଶୁଭେନ୍ଦୁ ଦାସ, ସ୍ମୃତି ରଞ୍ଜନ ନାରନ୍ଦ୍ର, ରାଜେଶ ପାହାଣୀ, ମନୋରଞ୍ଜନ ମହାପାତ୍ର ଏବଂ ପିଜେସ ସାହୁ ପ୍ରମୁଖ ଶିବିରରେ ରକ୍ତ ଦାନ ସହ ସହଯୋଗ କରିଥିଲେ। ପ୍ରବାସରେ ଏଭଳି ଏକ ମହତ କାର୍ଯ୍ୟକ୍ରମ କଳିଙ୍ଗ ୟୁଥ୍ ହାତକୁ ନେଇଥିବାରୁ ଅତିଥି ମାନେ ଭୁରି ପ୍ରଶଂସା କରିଥିଲେ। ଏହାର ମୂଳ ଲକ୍ଷ୍ୟ ଓଡ଼ିଆ ମାନଙ୍କ ସମେତ କେହିବି ରକ୍ତ ଅଭାବ ଜନିତ ମୃତ୍ୟୁ ବରଣ ନହେଉ। ପ୍ରବାସରେ କଳିଙ୍ଗ ୟୁଥର ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଅନୁଷ୍ଠାନର କର୍ମକର୍ତ୍ତା। Share