ବିଜୁ ପକ୍କାଘର ବଦଳରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ସରପଞ୍ଚ ଗିରଫ

କଳାହାଣ୍ଡି ,ଏନ୍ଏନ୍ଏସ୍: ଏହି ଜିଲ୍ଲା ଏମ୍ ରାମପୁର ବ୍ଲକ ସାଲେପାଲିର ସରପଞ୍ଚ ଜଣେ ଯୁବତୀଙ୍କୁ ବିଜୁ ପକ୍କା ଘର ଯୋଗାଇବାର ପ୍ରଲୋଭନ ଦେଖାଇ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣାରେ ଗିରଫ ହୋଇଛନ୍ତି। ଗିରଫ ସରପଞ୍ଚ ଜଣକ ହେଲେ ରମେଶ ଚନ୍ଦ୍ର ସାହୁ। ସେ ଯୁବତୀଙ୍କୁ ବିଜୁ ପକ୍କାଘର ଯୋଗାଇ ଦେବାକୁ କହି ସମ୍ପର୍କ ରଖିବାକୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ଜଜ୍ ଅଭିଯୁକ୍ତଙ୍କୁ ୧୪ ଦିନିଆ ଜୁଡିସିଆଲ କଷ୍ଟଡି ପାଇଁ ରିମାଣ୍ଡରେ ପଠାଇଛନ୍ତି।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକ ସାଲେପାଲି ପଞ୍ଚାୟତର ଜୈନିକ ଯୁବତୀଙ୍କ ଘର ବର୍ଷାରେ ଭାଙ୍ଗି ଯାଇଥିଲା। ସେହି ଘରକୁ ସଜାଡିବା ପାଇଁ ଯୁବତୀର ବାପା ମାଆ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ଘରର ଅଭାବସ୍ଥାକୁ ଦେଖି ଯୁବତୀ ଜଣକ ସାଲେପାଲି ପଞ୍ଚାୟତରେ ଏକ ଘର ପାଇଁ ଆବେଦନ କରିଥିଲେ। ସରପଞ୍ଚ ଘର ବଦଳରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖିଥିବା ଯୁବତୀଜଣକ ଅଭିଯୋଗ କରିଥିଲେ।