ବିଜେପିରୁ ଟିକେଟ୍ ପାଇବା ପରେ ରାଜ୍ୟସଭାରୁ ସପନ ଦାସଗୁପ୍ତାଙ୍କ ଇସ୍ତଫା

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟସଭାର ମନୋନୀତ ସଦସ୍ୟ ସପନ ଦାସଗୁପ୍ତାଙ୍କୁ ପ୍ରାର୍ଥୀ କରିବା ପରେ ସେ ସଂସଦର ଏହି ଉଚ୍ଚସଦନରୁ ମଙ୍ଗଳବାର ସେ ଇସ୍ତଫା ଦେଇଛନ୍ତି। ଦାସଗୁପ୍ତାଙ୍କୁ ବିଜେପି ତାରକେଶ୍ୱର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଏହି ପରିପ୍ରେକ୍ଷୀରେ ଟିଏମସି ନେତ୍ରୀ ମହୁଆ ମୈତ୍ର ଭାରତୀୟ ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁଯାୟୀ ଦାସଗୁପ୍ତାଙ୍କ ସଦସ୍ୟ ପଦ ରଦ୍ଦ କରାଯିବାକୁ ଦାବି କରିଥିଲେ।