ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ନିଜ ଗିରଫଦାରୀ ବିରୋଧରେ ଆମ ଆଦମି ପାର୍ଟି ସାଂସଦ ସଞ୍ଜୟ ସିଂହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସଞ୍ଜୟଙ୍କ ପିଟିସନ ଦିଲ୍ଲୀ ହାଇକୋର୍ଟ ଅକ୍ଟୋବର ୨୦ରେ ଖାରଜ କରିଥିଲେ ।

ହାଇକୋର୍ଟ କହିଥିଲେ ଯେ, ଆଇନ ଆଧାରରେ ଗିରଫଦାରୀ ହୋଇଛି । ଯାଞ୍ଚ ଏଜେନ୍ସି ଉପରେ ରାଜନୀତି ଆଧାରରେ କାମ କରିବାର ଆରୋପ ଲଗାଯାଇ ପାରିବନି ।

ସୂଚନାଯୋଗ୍ୟ, ଅକ୍ଟୋବର ୪ରେ ସଞ୍ଜୟ ସିଂହଙ୍କୁ ଇଡି ଲମ୍ବା ଜେରା ଏବଂ ତାଙ୍କ ଆବାସରେ ରେଡ ମାରିବା ପରେ ଗିରଫ କରିଥିଲା । ସଞ୍ଜୟ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି ।