୨୦୨୪ ନିର୍ବାଚନ ଲଢ଼ିବାକୁ ନେଇ କଙ୍ଗନା ଦେଲେ ସଙ୍କେତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ନିର୍ବାଚନୀ ରାଜନୀତିରେ ଓହ୍ଲାଇବାକୁ ନେଇ ସଙ୍କେତ ଦେଇଛନ୍ତି । ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ରହିଲେ ମୁଁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବି ବୋଲି କଙ୍ଗନା କହିଛନ୍ତି ।

କଙ୍ଗନା ସକାଳେ ଭଗବାନ କୃଷ୍ଣଙ୍କ ପ୍ରସିଦ୍ଧ ଦ୍ୱାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ଗଣମାଧ୍ୟମକୁ କଙ୍ଗନା କହିଥିଲେ ଯେ, ବିଜେପି ସରକାରଙ୍କ ପ୍ରୟାସରେ ଆମେ ଭାରତୀୟ ୬୦୦ ବର୍ଷର ସଂଘର୍ଷ ପରେ ଏହି ଦିନ ଦେଖିବାକୁ ପାଇଛୁ । ଆମେ ଖୁବ୍ ଧୁମଧାମରେ ମନ୍ଦିରର ସ୍ଥାପନା କରିବୁ । ସନାତନ ଧର୍ମର ଧ୍ୱଜ ସମଗ୍ର ବିଶ୍ୱରେ ଉଡ଼ାଇବା ଉଚିତ ।