ସଞ୍ଜୟ ଦତ୍ତଙ୍କୁ କର୍କଟ ରୋଗ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡର ସଞ୍ଜୁ ଭାବେ ପରିଚିତ ସଞ୍ଜୟ ଦତ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତ ୮ ତାରିଖରେ ସଞ୍ଜୁଙ୍କ ଶ୍ୱାସ କ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ କରୋନା ଥିବା ସନ୍ଦେହରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ମାତ୍ର ରିପୋର୍ଟ ନେଗେଟିଭ ଆସିଥିଲା।

ଦୁଇ ଦିନ ଧରି ହସ୍ପିଟାଲରେ ରହି ଡିସ୍‌ଚାର୍ଜ ହେବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କାର୍ଯ୍ୟରୁ କିଛି ଦିନ ପାଇଁ ବ୍ରେକ ନେଉଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏନେଇ ସଞ୍ଜୟ ଦତ୍ତ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ ହାଏ ପ୍ରେଣ୍ଡସ। ମୁଁ କିଛି ସମୟ ପାଇଁ ବ୍ରେକ୍ ନେଉଛି। ମେଡିକାଲ ଚିକିତ୍ସା ପାଇଁ ମୁଁ କିଛି ସମୟ କାର୍ଯ୍ୟ କରିବି ନାହିଁ। ଏହି ଘୋଷଣା ପରେ ମୋର ଶୁଭେଚ୍ଛୁ ଓ ଫ୍ୟାନମାନେ କୌଣସି ଆକଳନ କରନ୍ତୁ ନାହିଁ। ସେହିପରି କେହି ବି ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଖୁବ୍ ଶୀଘ୍ର କମବ୍ୟାକ୍ କରିବି ବୋଲି ସେ କହିଛନ୍ତି।