୩୫ ହଜାର ଟଙ୍କାରେ ସାନିଟାଇଜ ମେସିନ ନିର୍ମାଣ କଲେ ଯୁବ ଇଞ୍ଜିନିୟର

ବରଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବା ନେଇ ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଯାଉଥିବା ବେଳେ ବରଗଡ଼ କଳାପାଣିର ଜଣେ ଯୁବ ଇଞ୍ଜିନିୟର ଖୁବ କମ୍ ଖର୍ଚ୍ଚରେ ସାନିଟାଇଜ ମେସିନ ନିର୍ମାଣ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ବରଗଡ଼ ସଦର ବ୍ଲକ୍ କଲାପାଣି ଗ୍ରାମର ଯୁବ ଇଞ୍ଜିନିୟର ତଥା ଚାଷୀ ସିଏଚ କଲ୍ୟାଣ କୁମାର ମାତ୍ର ୩୫ ହଜାର ଟଙ୍କାରେ ଏହି ସାନିଟାଇଜର ମେସିନ ନିର୍ମାଣ କରିଛନ୍ତି। ପାଣିଟାଙ୍କି, ପାଇପ ଏବଂ ସ୍ପ୍ରେୟର ବ୍ୟବହାର କରି ଏହି ମେସିନ ନିର୍ମାଣ କରାଯାଇଛି। ଏଥିରେ କଲ୍ୟାଣଙ୍କୁ ଦୁଇ ଜଣ ଯୁବକ ସହଯୋଗ କରିଥିଲେ। କଲ୍ୟାଣଙ୍କ ଏହି ସାନିଟାଇଜର ମେସିନକୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦଘାଟନ କରଛନ୍ତି। ତେବେ ଉକ୍ତ ମେସିନକୁ ସେ ବରଗଡ଼ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିବା ବେଳେ ଯୁବ ଇଞ୍ଜିନିୟର କଲ୍ୟାଣ କୁମାରଙ୍କ ଏହି ମେସିନ ନିର୍ମାଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।