ଗଞ୍ଜାମ,ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ଗଂଜାମରେ କଟକଣା କୋହଳ ହେବ। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣା କୋହଳ କରାଯିବ। ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ। ଅତି ଆବଶ୍ୟକ କାମ ଥିବା ଲୋକ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ନ ପିନ୍ଧିଥିଲେ କିମ୍ବା ବିନା କାରଣରେ ଘରୁ ବାହାରିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
ସେହିପରି ସୋମବାର ଠାରୁ ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହି, ଦିନ ରାତି ଦୋକାନ ଖୋଲା ରହିବ। ହେଲେ ସାମାଜିକ ଦୂରତା ରକ୍ଷା କରାନଗଲେ ସେହି ଦୋକାନକୁ ବନ୍ଦ କରିଦିଆଯିବ। ଔଷଧ, ସାର, ଗ୍ରୋସରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ବୁଲା ବିକାଳି ବିକ୍ରି କରିପାରିବେ ନାହିଁ ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ।