ୱିମ୍ବଲଡନ୍‌: ମିକ୍ସଡ୍ ଡବଲ୍ସ କ୍ୱାର୍ଟର୍‌ରେ ସାନିଆ ମିର୍ଜା

ଲଣ୍ଡନ,ଏଜେନ୍ସି: ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦ୍ୱୀ ଇଭାନ୍ ଡୋଡିଗ୍ ଏବଂ ଲାତିସା ଚାନ୍‌ଙ୍କଠାରୁ ୱାକ୍‌ଓଭର୍ ପାଇ ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କ କ୍ରୋଏସିଆ ପାର୍ଟନର୍ ମେଟ୍ ପାଭିକ୍‌ଙ୍କ ଯୋଡ଼ି ରବିବାର ୱିମ୍ବଲଡନ୍ ଓପନ୍‌ର ମିକ୍ସଡ୍ ଡବଲ୍ସ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।

ପ୍ରଥମ ରାଉଣ୍ଡ୍‌ରେ ସାନିଆ ଓ ପାଭିକ୍‌ଙ୍କ ଷଷ୍ଠ ସିଡ୍ ଯୋଡ଼ି ସ୍ପେନ୍‌ର ଡେଭିଡ୍ ବେଗା ହର୍ଣ୍ଣାଣ୍ଡେଜ୍ ଏବଂ ଜର୍ଜିଆର ନତେଲା ଜେଲାମିଦ୍‌ଜେ ୬-୪, ୩-୬, ୭-୬ (୩)ରେ ହରାଇ ଦେଇଥିଲେ । କ୍ୱାର୍ଟରଫାଇନାଲ୍‌ରେ ସାନିଆ ଓ ପାଭିକ୍ ବ୍ରାଜିଲ୍‌ର ବ୍ରୁନୋ ସୋଆରେସ୍ ଏବଂ ବିଟ୍ରିଜ୍ ହଡ୍ଡାଡ୍ ମାଇଆ କିମ୍ବା ଜନ୍ ପିୟର୍ସ ଏବଂ ଗାବ୍ରିଏଲା ଡାବ୍ରୋୱସ୍କିଙ୍କ ଅଷ୍ଟ୍ରେଲୀୟ-କାନାଡା ଯୋଡ଼ିକୁ ଭେଟିବେ ।

ଚଳିତ ସିଜନ୍ ଶେଷରେ ଅବସର ନେବା ପାଇଁ ପୂର୍ବରୁ ଘୋଷଣା କରିସାରିଥିବା ସାନିଆ ତାଙ୍କୁ ଚେକ୍ ଗଣରାଜ୍ୟ ପାର୍ଟନର୍ ଲୁସି ହ୍ରାଡେକାଙ୍କ ସହ ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ଡବଲ୍ସ ପ୍ରଥମ ରାଉଣ୍ଡ୍‌ରେ ପରାଜିତ ହୋଇଥିଲେ ।