ଲତା ମଙ୍ଗେସକରଙ୍କ ନାଁରେ ମଧ୍ୟପ୍ରଦେଶରେ ସଙ୍ଗୀତ ଆକାଡେମୀ, ମହାବିଦ୍ୟାଳୟ ଓ ସଂଗ୍ରାହଳୟ

ଭୋପାଳ: ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିବା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାଁରେ ସଙ୍ଗୀତ ଆକାଡେମୀ, ସଙ୍ଗୀତ ମହାବିଦ୍ୟାଳୟ ଓ ସଙ୍ଗୀତ ସଂଗ୍ରାହଳୟ ଖୋଲାଯିବ । ଲତା ଦୀଦୀଙ୍କ ଜନ୍ମଦିନରେ ତାଙ୍କ ନାଁରେ ପୁରସ୍କାର ଦିଆଯିବ । ଇନ୍ଦୋରରେ ତାଙ୍କ ପ୍ରତିମା ନିର୍ମାଣ କରାଯିବ । ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଲତା ଜୀଙ୍କ ବିୟୋଗ କୋଟିଏ ଭାରତବାସୀଙ୍କ ପାଇଁ ଅପୂରଣୀୟ କ୍ଷତି । କାରଣ ତାଙ୍କ ଗୀତ ନୂଆ ଉତ୍ସାହକୁ ସଞ୍ଚାର କରିଥାଏ । ଲତା ମଙ୍ଗେସକରଙ୍କ ବିନା ନା ସଙ୍ଗୀତକୁ ଜାଣିହେବ ନା ଆମ ଦେଶକୁ । ସେ ନିଜ ଗୀତ ଜରିଆରେ ସର୍ବଦା ଆମ ସମସ୍ତଙ୍କ ସହ ରହିବେ ।