ପୁରୀ,ଏନ୍ଏନ୍ଏସ୍: ଆରମ୍ଭ ହୋଇଛି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ରମଜାନ ମାସ। ତେବେ ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା ମାଧ୍ୟମରେ ମୁସଲମାନ ଭାଇ ଭଉଣୀମାନଙ୍କୁ ପବିତ୍ର ରମଜାନର ଶୁଭେଚ୍ଛା ଦେଇଛନ୍ତି। ପୁରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକା ଚିତ୍ରକଳାଟି ସୁଦର୍ଶନ କରିଛନ୍ତି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ଭିଡିଓ ମାଧ୍ୟମରେ ଦେଖନ୍ତୁ ଶିଳ୍ପୀ ସୁଦର୍ଶନଙ୍କ ଏହି ସୁନ୍ଦର କଳାକୃତି।