ଭୁବନେଶ୍ୱର,ଏନ୍ଏନ୍ଏସ୍: ମଣିଷର ଇନ୍ଦ୍ରିୟମାନଙ୍କ ମଧ୍ୟରେ ଆସ୍ର ଭୂମିକା ସର୍ବୋତ୍ତମ। ଆଖି ମାଧ୍ୟମରେ କେବଳ ଦେଖାଯାଏ ନାହିଁ, ଏହା ବିବିଧ ଭାବ ପ୍ରକାଶର ମାଧ୍ୟମ ଭାବରେ ଉପଯୋଗ ହୁଏ। ଏଣୁ ଆଖିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ଯବାନ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।
ଆଜି ଭୁବନେଶ୍ଵରରେ ‘ସେଣ୍ଟର ଫର ସାଇଟ୍’ର ୫୧ତମ ଶାଖାକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଏଭଳି ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ରାଜକୁମାର ଶର୍ମା, ଲୋକାୟୁକ୍ତର ସଭ୍ୟ ଡ. ଆର୍.ପି. ଶର୍ମା, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଓଡ଼ିଶାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସେଣ୍ଟର ଫର ସାଇଟ୍ର ବିଶେଷ ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ। ସେଣ୍ଟର ଫର୍ ସାଇଟ୍ର ଅଧ୍ୟକ୍ଷ ଡ. ମହିପାଳ ଏସ୍. ସନ୍ଦେବ ଅନୁଷ୍ଠାନର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଉପଲବ୍ଧ ଚିକିତ୍ସା ସୁବିଧା ସଂପର୍କରେ ସୂଚନା ଦେଇଥିଲେ।