ବାଲୁକା କଳାରେ ଝଲସୁଛି ଜି-୨୦ ଲୋଗୋ

ପୁରୀ,ଏନ୍ଏନ୍ଏସ୍: ଡିସେମ୍ବର ୧ ତାରିଖରୁ ଭାରତ ଜି-୨୦ ଦେଶ ସମୂହର ଅଧ୍ୟକ୍ଷତା ଏକ ବର୍ଷ ପାଇଁ କରିବ। ବିଶ୍ଵ ଆର୍ଥିକ ମହାଶକ୍ତିଙ୍କ ନେତୃତ୍ଵ ନେବ ଭାରତ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବରେ ଜି-୨୦ ଦେଶର ଲୋଗୋ ଓ ଥିମ୍‌କୁ ନେଇ ସୁନ୍ଦର ବାଲୁକା ଚିତ୍ର କଳା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ରକଳାଟିକୁ ତିଆରି କରିଛନ୍ତି।