ନୱାବ ମଲ୍ଲିକଙ୍କ ବିରୋଧରେ ମାମଲା ଦାୟର କଲେ ସମୀର ୱାଙ୍ଖଡେଙ୍କ ଭଉଣୀ

ମୁମ୍ବାଇ: ଏନସିବି ଜୋନାଲ ଡାୟରେକ୍ଟର ସମୀର ୱାଙ୍ଖଡେଙ୍କ ଭଉଣୀ ୟାସ୍ମୀନ ୱାଙ୍ଖଡେ ଏନସିପି ନେତା ନୱାବ ମଲ୍ଲିକଙ୍କ ବିରୋଧରେ ଔଶିବାରା ପୁଲିସ ଷ୍ଟେସନରେ  ମାମଲା ଦାୟର କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି ବୋଲି ୟାସ୍ମୀନ ଦାବି କରିଛନ୍ତି। ମଲ୍ଲିକ ତାଙ୍କ ମାଲଦ୍ୱୀପ ଯାତ୍ରାକୁ ‘ଟଙ୍କା ଆଦାୟ ଯାତ୍ରା’ ନାଁ ଦେଉଛନ୍ତି। ମଲ୍ଲିକ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହିତ ତାଙ୍କ ଅନଲାଇନ ଗତିବିଧି ଉପରେ ନଜର ରଖୁଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋକୁ ମନ୍ତ୍ରୀ ମିଡିଆକୁ ଦେଉଛନ୍ତି ବୋଲି ୟାସ୍ମୀନ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏନସିପି ନେତା ନୱାବ ମଲ୍ଲିକ ସୋସିଆଲ ମିଡିଆ ଜରିଆରେ ସମୀର ୱଙ୍ଖେଡେଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି। ସମୀର ଚାକିରି ପାଇବା ପାଇଁ ଜାଲ କାଗଜପତ୍ର ବ୍ୟବହାର କରିବା ସହ ତାଙ୍କ ଫୋନକୁ ଟ୍ୟାପ କରିଥିବା ନୱାବ ମଲ୍ଲିକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମୀର ୱାଙ୍ଖଡେ ଏସବୁ ଆରୋପକୁ ଖଣ୍ଡନ କରିଛନ୍ତି।