ମମିତା ମେହେର ହତ୍ୟାକାଣ୍ଡରେ ଦୋଷୀଙ୍କୁ ଫାଶି ମିଳୁ : ରଣଦୀପ ସୂର୍ଯ୍ୟେୱାଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେପାଲ ଆଜି ମମିତା ମେହେରଙ୍କ ପରିବାରକୁ ଭେଟିଛନ୍ତି। ପରିବାରକୁ ଭେଟିବା ସମୟରେ ସୂର୍ଯ୍ୟେୱାଲା କହିଛନ୍ତି ଯେ, ମମିତା ହତ୍ୟା ନିର୍ଭୟା ହତ୍ୟାକାଣ୍ଡଠାରୁ କୌଣସି ମାତ୍ରାରେ କମ୍ ନୁହେଁ। ଜଗନ୍ନାଥଙ୍କର ପବିତ୍ର ଭୂମି ଅପରାଧ ପ୍ରଦେଶରେ ପରିଣତ ହୋଇଛି। ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ୧୨୦ ବି ଦଫା ଲଗାଇ ମାମଲା ରୁଜୁ କରାଯାଉ। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ସ୍ତରୀୟ ତଦନ୍ତ କରାଯାଉ। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଫାଶି ମିଳୁ। ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ସାରି ଦୋଷୀକୁ ଫାଶି ଦିଆଯାଉ। ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ତାଙ୍କ ଭାଇଙ୍କୁ ଚାକିରି ମିଳୁ।