ବଢିଲା ଏନସିବି ଅଫିସର ସମୀର ୱାଙ୍ଖେଡଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ,ଏଜେନ୍ସି: ସିଙ୍ଘମ ଅଫିସର ସମୀର ୱାଙ୍ଖେଡ। ଯାହାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ହାଇପ୍ରୋଫାଇଲ କ୍ରୁଜ ଡ୍ରଗ୍ସ କେସର ତଦନ୍ତ କରୁଛନ୍ତି। ଯେଉଁ କେସରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଛନ୍ତି। ବର୍ତ୍ତମାନ ଏହି ଆଇଆରଏସ୍ ଅଫିସରଙ୍କ ସୁରକ୍ଷା ବଢାଇଛି ମୁମ୍ବାଇ ପୁଲିସ। ସମୀର ୱାଙ୍ଖେଡଙ୍କ ଉପରେ କେହି ନିଜର ରଖୁଥିବା ଅଭିଯୋଗ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସୂଚନାଯୋଗ୍ୟ, ଜଣେ ବନ୍ଧୁକଧାରୀଙ୍କ ସମେତ ତିନି ଜଣ ଅଫିସର ବର୍ତ୍ତମାନ ସମୀର ୱାଙ୍ଖେଡଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି। ସମୀରଙ୍କ ସୁରକ୍ଷା ଦୃଷ୍ଟିରେ ସେ ଆଗରୁ ଯେଉଁ ଗାଡି ବ୍ୟବହାର କରୁଥିଲେ, ତାହା ବଦଳରେ ନୂଆ ଏସୟୁଭି ସ୍ଥାନିତ କରାଯାଇଛି। ଦକ୍ଷିଣ ମୁମ୍ବାଇର Ballard Estate ସ୍ଥିତ ଏନସିବି ଅଫିସରେ ମଧ୍ୟ ବହୁସଂଖ୍ୟକ ପୁଲିସ କର୍ମୀ ନିୟୋଜିତ ହୋଇଛନ୍ତି।

ନିକଟରେ ଆଇଆରଏସ୍ ଅଫିସର ସମୀର ୱାଙ୍ଖେଡ ଅଭିଯୋଗ କରିଥିଲେ, ମୁମ୍ବାଇ ଓସିୱାରା(Oshiwara ) ପୁଲିସ ଷ୍ଟେସନର ଦୁଇ ପୁଲିସ କର୍ମଚାରୀଙ୍କ ସମେତ କିଛି ଅଜଣା ବ୍ୟକ୍ତି ତାଙ୍କ ପିଛା କରୁଛନ୍ତି ଏବଂ ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି । ସେ ଏ ବାବଦରେ ମହାରାଷ୍ଟ୍ର ଡିଜିପି ସଞ୍ଜୟ ପାଣ୍ଡେଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।