ବିଭିନ୍ନ ପ୍ରକଳ୍ପର ଶୁଭ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ପୌରପରିଷଦର ୱର୍ଡ ନମ୍ବର ୫ରେ ୧୫ଟି ପକଳ୍ପ ପାଇଁ ପ୍ରାୟ ଗୁରୁବାର ଶୁଭ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଚତୁର୍ଥ ଏସଏଫସି ଡଭଲପମେଂଟ ପଣ୍ଡରୁ ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଓାର୍ଡ ନମ୍ବର ୫ର ବିଭିନ୍ନ ସ୍ଥାନରେ ସିସି ରୋଡ, ସିସି ଡ୍ରେନ, ନିର୍ମାଣ, କବରସ୍ଥାନ ପଡା ସ୍ଥିତ କଲ୍ୟାଣି କମ୍ୟୁନିଟି ସେଂଟରର ପୁନରୁଦ୍ଧାର, ତେଲିଭଟାରେ କମ୍ୟୁନିଟି ସେଂଟର ନିର୍ମାଣ ଆଦି କରାଯିବ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ପ୍ରକଳ୍ପଗୁକିକର ଶୁଭ ଦେବାସହ ଆଗାମୀ ଦିନରେ ଝାରସୁଗୁଡା ପୌରପରିଷଦର ସମସ୍ତ ସମସ୍ୟା ଦୂର କରାଯିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଏହ ଅବସରରେ ଦୀପାଳି ଦାସ, ରବି ସିଂ, ସନ୍ଦିପ ଅବସ୍ତି, ରଘୁମଣି ପଟେଲ, ହରିଶ ଗଣତ୍ରା, ରାଜୁ ପାଣିଗ୍ରାହୀ, ପିଂଟୁ ପାଢୀ, ଇଶ୍ୱର ରାଓ, ଏମଡି ନସିର ପ୍ରମୁଖ ଉପସ୍ଥିତ ଥିଲେ।