୭ ମାସରେ ୧୫ ଗର୍ଭବତୀ, ୪୬୬ ଶିଶୁଙ୍କ ମୃତ୍ୟୁ , ମାସକ ଭିତରେ ସ୍ଥିତି ନ ସୁଧୁରିଲେ ହେବ କାର୍ୟ୍ୟାନୁଷ୍ଠାନ : ଜିଲ୍ଲାପାଳ

ରାୟଗଡ଼,ଏନଏନଏସ : ରାୟଗଡ଼ ଜିଲ୍ଲାରେ ବାଟ ହୁଡିଛି ସ୍ୱାସ୍ଥ୍ୟ ସେବା । ୭ ମାସରେ ଆଖି ବୁଜିଲେଣି ୧୫ ଗର୍ଭବତୀ ସମେତ ୦ ରୁ ୧ ବର୍ଷ ମଧ୍ୟରେ ୪୦୭ ଏବଂ ୧ ରୁ ୫ ବର୍ଷ ଭିତରେ ୫୯ ମୋଟ ୪୬୬ ଶିଶୁ । ଏଅପରି କି ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ବେଲମଗୁଡା, ବିଜାପୁର-୩, ବୁଡୁବାଲି, ମରିଚଗୁଡା, ଗୁଡାରି ବ୍ଲକର ଡାହାଣି, ମଧୁବନ, ଗୁଣପୁର ବ୍ଲକର ଭୀମପୁର-୧, ଗୋଠଲପଦର, କୁଲୁସିଂ, କାଶୀପୁର ବ୍ଲକର ବର୍ତିବାଲି, କାହ୍ନୁଗୁଡା, ପାଞ୍ଚାଳି, ଶଙ୍କରଡା-୧, ସୁରୁଗୁଞ୍ଜ, ମୁନିଗୁଡା ବ୍ଲକର ଇଚ୍ଛାପୁର-୪, ଖଲିଆଗୁଡା, ଲକ୍ଷ୍ମୀପୁର-୨, ରଘୁବାରି, ପଦ୍ମପୁର ବ୍ଲକର ଗୁଲୁଗୁଡା, ରାୟଗଡ଼ା ବ୍ଲକର ଚେକା, ଦୁର୍ଗାପାଡ଼ୁ, ଗାଜିଗାଁ, ଗୁମ୍ମା, ତାଡମା ସବ୍ ସେଣ୍ଟରରେ ୪୦ ପ୍ରତିଶତରୁ ଅଧିକ ଗର୍ଭବତୀ ମହିଳା ଘରେ ହିଁ ପ୍ରସବ କରୁଥିବା ରିପୋର୍ଟ ବୟାନ କରୁଛି ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବାକୁ ନେଇ ।

ମାସକ ଭିତରେ ସ୍ଥିତି ସୁଧାରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ତାଗିଦ୍ କରିବା ସହ ୨୪ ଏଏନ୍ଏମ୍ ଓ ହେଲଥ୍ ସୁପରଭାଇଜରଙ୍କୁ କୈଫଲତ ତଲବ କରିଛନ୍ତି। ସ୍ଥିତିରେ ସୁଧାର ନ ଆସିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ସହ ଏଏନ୍ଏମ୍, ହେଲଥ୍ ସୁପରଭାଇଜରଙ୍କୁ ସସପେଣ୍ଡ କରିବା ପାଇଁ ମଧ୍ୟ ଚେତାବନୀ ଶୁଣାଇଛନ୍ତି ଜିଲ୍ଲାପାଳ । ଆଜି ଜିଲ୍ଲା ମୁଖ୍ୟ ଚିକିଛାଳୟରେ ଅନୁଷ୍ଟିତ ସ୍ୱାସ୍ଥ୍ୟ ଏବଂ ଶିଶୁ କଲ୍ୟାଣ ବିଭାଗର ରିଭ୍ୟୁ ମିଟ୍ଟିଙ୍ଗରେ ଉଦବେଗ ପ୍ରକାଶ ପାଇଛି । ଜିଲ୍ଲାରେ ଶିଶୁ, ମାତୃ ମୃତ୍ୟୁହାର ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗର ୨୩୬ଟି ସବ୍ ସେଣ୍ଟର୍ ମେଡ଼ିକାଲରେ ଗର୍ଭବତୀଙ୍କୁ ପ୍ରସବ କରାଇବା ପାଇଁ କାର୍ୟ୍ୟ କରୁଛି ।

ସବୁ ଠାରୁ ବଡ କଥା ଏହି ସବ୍ ସେଣ୍ଟର ଅଧୀନରେ ଥିବା ୫୯୧ଟି ଦୁର୍ଗମ ଗାଁ ଆଜିଯାଇ ସବୁଦିନିଆ ରାସ୍ତାଟିଏ ନହିଁ । ଫଳରେ ଆମ୍ବୁଲାନସ୍ ଏହି ସବୁ ଗାଁକୁ ସତସପନ । ଯେଉଁଥି ପାଇଁ ପ୍ରସବ ସମୟରେ ଗର୍ଭବତୀଙ୍କୁ ଖଟିଆରେ ବୋହି ମେଡ଼ିକାଲ ଆଣିବାକୁ ପଡୁଛି। ଏଥି ଠିରୁ ନିସ୍ତାର ପାଇଁ ଆମ ଗାଁ ଡୋଲି , ବାଇକ ଆମ୍ବୁଲାନସ୍ ସାଙ୍ଗକୁ ବିଭିନ୍ନ ଜାଗାରେ ମା ଘର ଗୁଡିକ କରାଯାଇଛି । ଏଥିପାଇଁ ସବ୍ ସେଣ୍ଟରରେ ଏନଏମଙ୍କ ସହ ହେଲଥ୍ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି । ଫଳରେ ଅଧିକାଂଶ ଗର୍ଭବତୀ ମେଡ଼ିକାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ପ୍ରସବ କରୁଛନ୍ତି । ଯେଉଁଥି ପାଇଁ ଶିଶୁ ଓ ମାତୃ ମୃତ୍ୟୁହାର ଜିଲ୍ଲାରେ ବଢ଼ି ବାରେ ଲାଗିଛି। ସେହିପରି ଜିଲ୍ଲାରେ ମେଡ଼ିକାଲ୍ ପ୍ରସବ ହାର ୮୫ ପ୍ରତିଶତକୁ ଖସି ଆସିଥିବା ଯୋଗୁଁ ଗର୍ଭବତୀଙ୍କୁ ମେଡ଼ିକାଲ୍ କିମ୍ବା ମା’ ଗୃହରେ ପ୍ରସବ କରାଇବାକୁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।