ଏନସିବି ଅଧିକାରୀଙ୍କୁ ‘ସମୀର ଦାଉଦ ୱାଙ୍ଖଡେ’ କହିବା ପରେ ଆସିଲା ପତ୍ନୀଙ୍କ ପ୍ରତିକ୍ରିୟା

ମୁମ୍ବାଇ,ଏନ୍ଏନ୍ଏସ୍: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଏନସିପି ନେତା ନବାବ ମଲ୍ଲିକ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ କଥିତ ଜନ୍ମ ପ୍ରମାଣପତ୍ର ଜାରି କରିଛନ୍ତି। ପରେ ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ରେଡକର ୱାଙ୍ଖଡେ ଟ୍ୱିଟ୍ କରି ଏନେଇ ସଫେଇ ଦେଇଛନ୍ତି। ସେ ଟ୍ୱିଟରରେ ତାଙ୍କ ବିବାହର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

କ୍ରାନ୍ତି ରେଡକର ୱାଙ୍ଖଡେ କହିଛନ୍ତି ଯେ, ମୁଁ ଓ ମୋ ସ୍ୱାମୀ ସମୀର ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଛୁ। ଆମେ କେବେ ବି ଅନ୍ୟ କୌଣସି ଧର୍ମ ଗ୍ରହଣ କରିନାହୁଁ। ଆମେ ସବୁ ଧର୍ମକୁ ସମ୍ମାନ ଦେଉ। ସମୀରଙ୍କ ବାପା ମଧ୍ୟ ହିନ୍ଦୁ। ସିଏ ମୋ ମୁସଲମାନ ଶାଶୁଙ୍କୁ ବିବାହ କରିଥିଲେ ଯିଏକି ଏବେ ଆଉ ଦୁନିଆରେ ନାହାନ୍ତି। ସମୀରଙ୍କ ପୂର୍ବ ବିବାହ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ ହୋଇଥିଲା ଏବଂ ୨୦୧୬ରେ ଛାଡ଼ପତ୍ର ହୋଇ ଯାଇଥିଲା। ଆମ ବିବାହ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ୨୦୧୭ରେ ହୋଇଥିଲା।