ସମଲିଙ୍ଗୀ ବିବାହ ଉପରେ ପୁଣି ହେବ ଶୁଣାଣୀ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ଦେବା ମାମଲାରେ ଦିଆଯାଇଥିବା ଫଇସଲାର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ପିଟିସନ ଦାୟରକାରୀଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟରେ ହାଜର ହୋଇଛନ୍ତି । ପିଟିସନ ଉପରେ ମୁଖ୍ୟ ବିଚାରପତି ଡୀ ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବୀ ପରଦୀବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ପୀଠ ସବମିଶନ ନେଇଥିଲେ । ଅକ୍ଟୋବର ୧୭ରେ ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ ପ୍ରକାଶ କରିଥିଲେ ।

ମୁଖ୍ୟ ବିଚାରପତି ଡୀ ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ମୁଁ ପିଟିସନକୁ ଏବେ ସମୀକ୍ଷା କରିନାହିଁ । ମୋତେ ଏହାକୁ ସମ୍ବିଧାନର ସମସ୍ତ ପୀଠର ସବୁ ଜଜଙ୍କ ପାଖକୁ ପଠାଇବାକୁ ଦିଅନ୍ତୁ । ନଭେମ୍ବର ୨୮ରେ ସମୀକ୍ଷା ପିଟିସନର ଶୁଣାଣୀ ହେବ ।