ରାଜୋରୀରେ ଲସ୍କରର ଜଣେ ଆତଙ୍କବାଦୀକୁ ନିପାତ କଲା ସେନା

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାଜୋରୀରେ ପଡ଼ୋଶୀ ଦେଶ ପାକିସ୍ତାନର ଏକ ଘୃଣ୍ୟ ଚକ୍ରାନ୍ତ ସାମ୍ନାକୁ ଆସିଛି । ସୀମାକୁ ଲାଗିଥିବା ଅଞ୍ଚଳରେ ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଗୋଳା ବାରୁଦ ପକାଇଛି । ଅନ୍ୟପଟେ ଜଣେ ଆତଙ୍କବାଦୀକୁ ସେନା ପକ୍ଷରୁ ନିପାତ କରାଯାଇଛି । ମୃତ ଆତଙ୍କବାଦୀ ଜଣକ ହେଉଛି ପାକିସ୍ତାନୀ ନାଗରିକ ଓ କଟ୍ଟର ଆତଙ୍କବାଦୀ କ୍ୱାରୀ । ତାକୁ ପାକିସ୍ତାନ ଓ ଆଫଗାନ ମୋର୍ଚ୍ଚାରେ ଟ୍ରେନିଂ ଦିଆଯାଇଛି ।

ଅଧିକାରୀଙ୍କ ସୂଚନାନୁସାରେ, କ୍ୱାରୀ ଲସ୍କର-ଏ-ତୈୟବାର ଜଣେ ଶୀର୍ଷ ରାଙ୍କର ଆତଙ୍କବାଦୀ ଯିଏକି ଅନେକ ମାମଲାରେ ଅଭିଜ୍ଞ ଥିଲା । କ୍ୱାରୀ ବର୍ଷେ ହେବ ନିଜ ଗ୍ରୁପ ସହ ରାଜୋରୀ ଓ ଓ ପୁଁଛରେ ସକ୍ରିୟ ଥିଲା । ତାକୁ ଡାଙ୍ଗରୀ ଓ କଣ୍ଡୀ ମାମଲାରେ ମାଷ୍ଟରମାଇଣ୍ଡ ମଧ୍ୟ ମାନା ଯାଇଥାଏ ।