ଭୁଶୁଡିଲା ଆଳୁ ଶୀତଳ ଭଣ୍ଡାର କୋଠା, ୮ ମୃତ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶରେ ଏକ ଶୀତଳ ଭଣ୍ଡାରର ଭୁଶୁଡିଲା ଛାତ । ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । କୋଠା ତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଇଛି । ଗୁରୁବାର ଦିନ ଜିଲ୍ଲାର ଚନ୍ଦୌସୀ ଅଞ୍ଚଳରେ ଏହି ଅଘଟଣ ହୋଇଛି ।

ସୂଚନା ଅନୁସାରେ, ଗତକାଲି(ଗୁରୁବାର) ଚନ୍ଦୌସୀ ଅଞ୍ଚଳରେ ରହିଥିବା ଏକ ଶୀତଳ ଭଣ୍ଡାରରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ ଛାତ ଭୁଶୁଡି ପଡିଥିଲା । ଫଳରେ ୫୦ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ । ତେବେ ଏହା ଏକ ଆଳୁ ଶୀତଳ ଭଣ୍ଡାର ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଏବଂ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।