ପିଏମ୍ ପୋଷଣ ଦ୍ବିତୀୟ କିସ୍ତି ପ୍ରଦାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର,ଏନ୍ଏନ୍ଏସ୍: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠି । ପିଏମ ପୋଷଣ ଦ୍ବିତୀୟ କିସ୍ତି ପ୍ରଦାନ ଦାବି କରି ଚିଠି ଲେଖିଲେ ମନ୍ତ୍ରୀ । ଆର୍ଥିକ ବର୍ଷ ୨୦୨୨-୨୩ ନିମନ୍ତେ ପିଏମ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ଦ୍ବିତୀୟ କିସ୍ତି ମଞ୍ଜୁର ନ ହେବା ଯୋଗୁଁ ଅସୁବିଧା ସୃଷ୍ଟି ହେଉଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।

ଆର୍ଥିକ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପିଏମ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଳେଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ଦ୍ବିତୀୟ କିସ୍ତି ମଞ୍ଜୁର ନ ହେବା ଯୋଗୁଁ ଅସୁବିଧା ସୃଷ୍ଟି ହେଉଛି। ବ୍ୟକ୍ତିଗତ ଭାବେ ଏହି ବିଷୟକୁ ଅନୁଧ୍ୟାନ କରିବା ସହ ଯଥାଶୀଘ୍ର ପିଏମ ପୋଷଣର ମ୍ୟାଚିଂ ସେୟାର ମଞ୍ଜୁର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ‘ପିଏମ ପୋଷଣ’ କାର୍ଯ୍ୟକାରୀ ହେଉଛି।