ସମ୍ବଲପୁରି ଗୀତ ରାଧାର ଲଭ ଲେଟର ରେକଡ଼ିଂ

ସଇଁନ୍ତଲା, ଡୁଙ୍ଗୁରିପାଲି ଏମଏସ ଷ୍ଟୁଡିଓ ଠାରେ ସମ୍ବଲପୁରି ରାଧାର ଲଭ ଲେଟର ଗୀତ ରେକଡ଼ିଂ ହୋଇଯାଇ ଥିବା ବେଳେ ଗୀତିକାର ହୀରାଧର ଗହୀର ଙ୍କ ରଚନାରେ ପଶ୍ଚିମ ଓଡିଶାରେ ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ ଆରତୀ କୁମ୍ଭାର ଓ ଅଜିତ ସାହୁ ଗୀତରେ କଣ୍ଠଦାନ କରିଛନ୍ତି। ଅଜିତ କୁମାର ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଏହି ଗୀତ ତିଆରି ହୋଇଥିବା ବେଳେ କ୍ୟାମେରା ଦଳ ଗୋବିନ୍ଦ ଭୋଇ ଓ ସୁନୀଲ ଭୋଇ ଦାୟିତ୍ୱ ନିର୍ବାହ କରିଥିଲେ। ଖୁବ୍‌ଶୀଘ୍ର ଅଜିତ କୁମାର ସାହୁ ଅଫିସିଆଲ ଚେନାଲ ଖୁବ ଶୀଘ୍ର ମୁକ୍ତିଲାଭ କରିବା ପାଇଁ ଯାଉଥିବା ସୂଚନା ଦେଇଛନ୍ତି।