ସମ୍ବଲପୁର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ଲାଗି ସମ୍ବଲପୁର ଜିଲ୍ଲାକୁ ୧୦ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୨ ଦଫାରେ ଏହି ସଟଡାଉନ କରାଯିବ। ୨୨ରୁ ୨୫ ପ୍ରଥମ ଦଫା ଓ ୨୬ରୁ ୩୧ ଦ୍ୱିତୀୟ ଦଫା ସଟଡାଉନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଦଫାରେ ଜିଲ୍ଲା ଭିତରେ ଗମନଗମନକୁ ବାରଣ କରାଯାଇଛି। ଏହି ସଟଡାଉନ ସମୟରେ ଦୋକାନବଜାର ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ହେବ। ଏଥିସହିତ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଦୁଇ ଚକିଆ ଯାନ ଚଳାଚଳ ମଧ୍ୟ ବନ୍ଦ ରହିବ।
ସୂଚନାଯୋଗ୍ୟ, ସମ୍ବଲପୁରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୧୧ ଜଣ ସୁସ୍ଥ ହୋଇଛନ୍ତି ଓ ୮୩ ଜଣ ଚିକିତ୍ସାଧୀନ ଅଛନ୍ତି।