ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଜୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଆଜି ସକାଳ ୧୦.୩୦ ମିନିଟରେ ବିଜୟଙ୍କ ପ୍ରାର୍ଥୀବ ଶରୀର କେୟାର ହସ୍ପିଟାଲରୁ ବାହାରି ବୋମିଖାଲସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା। ସେଠାରୁ ତାଙ୍କ ମର ଶରୀରକୁ କର୍ମକ୍ଷେତ୍ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ଅଣାଯାଇଥିଲା । ବିଜୟଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ଏଠାରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ଥିଲେ।

ପରେ ସତ୍ୟନଗର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। କୋଭିଡ କଟକଣା ପାଇଁ ଅଳ୍ପସଂଖ୍ୟକ ପରିବାରବର୍ଗ ଉପସ୍ଥିତ ଥିବାବେଳେ ଜ୍ୱାଇଁ ମୁଖାଗ୍ନି ଦେଇଥିଲେ।