ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଅଟକ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରରେ ଗତ ଶନିବାରରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ରବିବାର ଦିନ ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଏହାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖିଛି। ଅନ୍ୟପଟେ ପୀଡ଼ିତା ମହିଳାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ନେଇ ଅଧିକ ଖୋଳତାଡ଼ ଚାଲିଥିବା ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ ଶନିବାର ରାତ୍ରିରେ ବରେଇପାଲି ଅଞ୍ଚଳକୁ ଯାଉଥିଲେ। ଏହି ସମୟରେ ୨ ବ୍ୟକ୍ତି ତାଙ୍କୁ ଲିଫ୍ଟ ଦେବା ଆଳରେ ତାଙ୍କୁ ଉଠାଇ ନେଇ ଅନ୍ୟ ୨ଜଣଙ୍କ ସହଯୋଗରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।