୩ରୁ ଖୋଲିବ ସମଲେଶ୍ୱରୀ ମନ୍ଦିର

  • ସମ୍ବଲପୁର: ୩ ତାରିଖରୁ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଖୋଲିବ। ସମଲେଶ୍ୱରୀ ମନ୍ଦିର ସହ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ମଧ୍ୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ୍ କଟକଣାରେ ମନ୍ଦିର ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସାନିଟାଇଜ୍ ପାଇଁ ପ୍ରତି ସୋମବାର ଧର୍ମାନୁଷ୍ଠାନ ବନ୍ଦ ରହିବ। ୧୦ ବର୍ଷରୁ କମ୍, ୬୦ରୁ ଊଦ୍ଧ୍ୱର୍ ଓ ଗର୍ଭବତୀଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି।