ଫେବୃଆରୀ ୬ରେ ଅଦାଲତରେ ହାଜର ହେବେ ସଲମାନ

ଯୋଧପୁର,ଏଜେନ୍ସି: କୃଷ୍ଣସାର ମୃଗ ଶିକାର ମାମଲାରେ ଫେବୃଆରୀ ୬ରେ ହାଜର ହେବାକୁ ରାଜସ୍ଥାନର ଯୋଧପୁରସ୍ଥିତ ଏକ ଫୌଜଦାରୀ ଅଦାଲତ ସଲମାନ ଖାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଏହି ମାମଲାରେ ନିମ୍ନ ଅଦାଲତ ସଲମାନଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିସାରିଛନ୍ତି। ତେବେ ଏହି ଦଣ୍ଡାଦେଶ ବିରୋଧରେ ଆଗତ ପିଟିସନର ଶୁଣାଣି କରି ସଲମାନଙ୍କୁ ଶନିବାର ହାଜର ହେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। କୋଭିଡ୍ ସମୟରେ ଯୋଧପୁର ଯାତ୍ରା ସୁରକ୍ଷିତ ହେଉନଥିବାରୁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରିବାକୁ ସଲମାନଙ୍କ ଓକିଲ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ।

ସୂଚନାଯୋଗ୍ୟ ‘ହମ୍ ସାଥ୍ ସାଥ୍ ହେ’ ଚଳଚ୍ଚିତ୍ରର ସୁଟିଂ ନିମନ୍ତେ ଯୋଧପୁର ଆସିଥିବାେବେଳେ ସଲମାନ ୧୯୯୮ ଅକ୍ଟୋବର ୧-୨ରେ ଦୁଇଟି ବିରଳ କୃଷ୍ଣସାର ମୃଗ ଶିକାର କରିଥିଲେ। ସେତେବେଳେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ପାଞ୍ଚ ଅଭିଯୁକ୍ତ ହେଲେ ସାଥି କଳାକାର ସୈଫ୍ ଅଲ୍ଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ, ତବୁ ଓ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ଦୁଷ୍ୟନ୍ତ ସିଂହ। ଏହି ପାଞ୍ଚଜଣ ଅବଶ୍ୟ ନିର୍ଦ୍ଦୋଷରେ ଖଲାସ ହୋଇସାରିଥିବାବେଳେ ୨୦୧୮ରେ ସଲମାନଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିଲା।