କାଲିଠୁ ଦିଲ୍ଲୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ଠାରୁ ଦିଲ୍ଲୀରେ ସବୁ ସ୍କୁଲ ଖୋଲିବାକୁ ଯାଉଛି। ତେବେ ଏହା କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲରେ କୋଭିଡ୍ ନିୟମାବଳୀକୁ କଡାକଡିଭାବେ ପାଳନ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାଠପଢା ପୂର୍ବରୁ ଅନୁଷ୍ଠିତ ହେଉଥିବା ଛାତ୍ରଛାତ୍ରୀଙ୍କ ଆସେମ୍ବ୍ଲି ଓ କୌଣସି ଶାରୀରିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଲାବୋରେଟୋରୀରେ ଏକାସାଙ୍ଗରେ ୧୫ରୁ ଅଧିକ ଛାତ୍ର ଉପସ୍ଥିତ ରହିବେ ନାହିଁ।