ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଦ୍ୱିତୀୟ ବୃହତ ଆଇଟି କମ୍ପାନୀ ଇନ୍ଫୋସିସ୍ ଲିମିଟେଡ୍ ପକ୍ଷରୁ ଏହାର ମୁଖ୍ୟ ଭାବରେ ସଲିଲ୍ ପାରେଖଙ୍କୁ ନିଯୁକ୍ତ କରାଯାଇଛି। ପାରେଖଙ୍କୁ ୨୦୨୭ ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ଜାନୁଆରୀ ୨୦୧୮ରୁ ପାରେଖ୍ ଏହି ପଦରେ ରହି ଆସିଛନ୍ତି।
ପୁନଃନିଯୁକ୍ତି ପରେ ଆସନ୍ତା ମାର୍ଚ୍ଚ ୨୦୨୭ ଯାଏଁ ସିଇଓ ଏବଂ ଏମ୍ଡି ଭାବେ ଦାୟିତ୍ୱରେ ରହିବେ। ଶନିବାର କମ୍ପାନୀର ବୋର୍ଡ ନିର୍ଦ୍ଦେଶକଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଆନ୍ତର୍ଜାତୀୟ ବ୍ରାଣ୍ଡ ସହିତ କାମ କରିଥିବା ପାରେଖ୍ ଇନ୍ଫୋସିସ୍ରେ ଯୋଗ ଦେବା ପୂର୍ବରୁ କ୍ୟାପଜେମିନିର ବୋର୍ଡ ସଦସ୍ୟ ରହିଥିଲେ।
ଏହା ସହିତ ଏହି ବୈଠକରେ ୬ ଜଣ ପ୍ରମୁଖ ସଦସ୍ୟଙ୍କ ପାଇଁ ୧୦୪୦୦ଟି ଶେୟାର ଇସ୍ୟୁ କରାଯାଇଥିବା ବେଳେ ୮୮ ଜଣ ବରିଷ୍ଠ କର୍ମଚାରୀଙ୍କ ପାଇଁ ୩୭୫୭୬୦ଟି ଶେୟାର ଆବଣ୍ଟନ କରାଯାଇଥିଲା।