Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଷାକ୍ତ ମଦ ନେଲା ବୃଦ୍ଧଙ୍କ ଜୀବନ ଘଟଣା : ୩ ଅଟକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଷାକ୍ତ ମଦ ନେଲା ବୃଦ୍ଧଙ୍କ ଜୀବନ ଘଟଣା : ୩ ଅଟକ

ସଇଁତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଧରପଗଡ଼ ଗାଁ’ରେ ଗତ ୯ ତାରିଖ ଦିନ ବିଷାକ୍ତ ମଦ ନେଲା ବୃଦ୍ଧଙ୍କ ଜୀବନ ଘଟଣା ଗଣମାଧ୍ୟମରେ ପ୍ରଚାର ହେବାପରେ ପୁଲିସ୍ ତନାଘନା ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ତ୍ରିନାଥ, ବିଭୂତି ରାଉତ, କୈଳାସ ପୌଢ଼ଙ୍କୁ ଅଟକ ରଖିଛି। ଖାଲି ସେତିକି ନୁହେଁ ଉକ୍ତ ଘଟଣାର ତଦନ୍ତ ଚାଲିଥିବା ସମୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଡ୍ରମରେ ଥିବା ମହୁଲ, ଶତାଧିକ କ୍ୱିଣ୍ଟାଲ ପୋଚ, ମଦ ରନ୍ଧା ସରଞ୍ଜାମ ଜବତ କରିଛି। ଏବେ ଅବକାରୀ ବିଭାଗର ତନାଘନା ଆରମ୍ଭ ହୋଇଥିବା ବେଳେ ମଦ ମାଫିଆ ଓ ଅବକାରୀ ବିଭାଗଙ୍କ ସଲାସୁତୁରା ଥିବା ଅଞ୍ଚଳରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗତ ରବିବାର କଳାକାର ଷାଣ୍ଢ ନାମକ ଜଣେ ଶ୍ରମଜୀବୀ ଉକ୍ତ ନାଳ ନିକଟକୁ ଯାଇଥିଲେ। ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଭୋର ୪ଟାରେ ଉକ୍ତ ନାଳନିକଟରୁ ଉଦ୍ଧାର କରିଥିଲେ । ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସେପଟେ ପୁଲିସ କଳାକାରଙ୍କ ଶବ ପଡ଼ିଥିବା ସ୍ଥାନ ନିକଟରୁ ରନ୍ଧା ମଦ କାରବାରରେ ସମ୍ପୃକ୍ତ ଥିବା ତ୍ରିନାଥ, ବିଭୂତି ରାଉତ, କୈଳାସ ପୌଢ଼ଙ୍କୁ ବଡ଼ମାଲ ଫାଣ୍ଡିରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ କହିଛନ୍ତି।

ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ, ଗାଁ’ ପାଖ ନାଳ ନିକଟସ୍ଥ ପ୍ରାୟ ୧କିଲୋମଟର ପରିବ୍ୟାପ୍ତ ଅଞ୍ଚଳରେ ମଦ କାରବାର ଦୀର୍ଘ ଦିନରୁ ଚାଲୁଥିଲା। ଏଠାରୁ ବିଭିନ୍ନ ସ୍ଥାନକୁ ରନ୍ଧା ମଦ ଚାଲାଣ କରାଯାଉଥିଲା। ବେଆଇନ କାରବାରର ସୂଚନା ଅବକାରୀ ବିଭାଗ ପାଖରେ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରଛନ୍ତି। ଉକ୍ତ ବେଆଇନ୍ ମଦ କାରବାରକୁ ନେଇ କିଛିଦିନ ତଳେ ଗ୍ରାମରେ ବୈଠକ ହୋଇଥିଲା। ସରକାରୀ ଭାଟି ମ୍ୟାନେଜର ୧ଲକ୍ଷ ଟଙ୍କା ଦେବା ପରେ ତାହା ବନ୍ଦ ହୋଇଥିଲା। ତେବେ ଲକଡାଉନ୍ ଯୋଗୁଁ ସରକାରୀ ଭାଟି ବନ୍ଦ ହେବାପରେ ମଦରନ୍ଧା ପୁଣି ଆରମ୍ଭ ହୋଇଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।