ଆହତ ମହିଳାଙ୍କୁ ଡାକ୍ତରଖାନା ନେଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା,ବରଗାଁ: ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ। ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ନିଜ ଗାଡ଼ିରେ ଡ଼ାକ୍ତରଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସୂଚନା ଅନୁସାରେ, ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗିର ଜିଲ୍ଲା ପରିଷଦ ବୌଠକରେ ଯୋଗଦେଇ ଟିଟିଲାଗଡ ଫେରୁଥିବା ବେଳେ ସଇଁତଳା ଥାନା ବରଗାଁ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇ ଛଟପଟ ହେଉଥିବା ମହିଳାଙ୍କୁ ଦେଖି ସଇଁନ୍ତଳା ହସ୍ପିଟାଲକୁ ନେଇଥିଲେ।  ଏହାସହ ହସ୍ପିଟାଲରେ ନିଜେ ଉପସ୍ଥିତ ରହି ମହିଳାଙ୍କ ଚିକିତ୍ସା ସୁବିଧା କରାଇଥିଲେ।