ସଇଁନ୍ତଳା ବ୍ଲକର ବିଭିନ୍ନ ଗ୍ରାମରେ ପିଡ଼ିଙ୍କ ତଦାରଖ

ସଇଁନ୍ତଳା,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକର ଡୁଙ୍ଗୁରିପାଳି ଓ ଶିଶକେଲା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ ଗସ୍ତକରି ଜାମତରା ଗ୍ରାମର ରତନ ମାଝୀ, ଭଗତ ଯାନୀ, କେତକୀ ଯାନୀଙ୍କ ଘରକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଗୃହର ତଦାରଖ କରିଥିଲେ। ଡୁଙ୍ଗୁରି ପାଳି ପଞ୍ଚାୟତର ମନରେଗା ଯୋଜନା ବିଭିନ୍ନ କାର୍ଯ୍ୟକୁ ତଦନ୍ତ କରିଥିଲେ। ତେବେ ବିଭିନ୍ନ କାର୍ଯ୍ୟ ଠିକ ଭାବରେ ହୋଇଥିବାବେଳେ ବିଡ଼ିଓ ଦେବାଶିଷ ସାମଲଙ୍କୁ ପ୍ରଶଂସା କରିଥିଲେ। ଏଥିରେ ସଇଁନ୍ତଳା ବିଡ଼ିଓ ଦେବାଶିଷ ସାମଲ, ପିଡି ଡ. ମହେଶ୍ୱର ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ବଳରାମ ଶବର ପ୍ରମୁଖ ଉପସ୍ଥିତ ଥିଲେ।