ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଗୋଳାବାରୁ କାରଖାନା ଆରୋଡ୍ରମ ପଡ଼ିଆ ଜଙ୍ଗଲର ଏକ ଗଛରେ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ସେହି ସ୍ଥାନରେ ଏକ ସାଇକେଲ ମଧ୍ୟ ରହିଛି । ତେବେ ତାଙ୍କୁ କେହି ହତ୍ୟା କରି ଟାଙ୍ଗିଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। କଡ଼ମାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।