ତୈଳକୂପରେ ପୁନଃବିସ୍ଫୋରଣ: ୨ ବିଦେଶୀ ଆହତ

ନୂଆଦିଲ୍ଲୀ: ଅଏଲ ଇଣ୍ଡିଆ ଲିମିଟେଡର ଆସାମସ୍ଥିତ ଏକ ତୈଳକୂପରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଠାରେ ଗତ ଜୁନ୍ ୯ ତାରିଖରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା। ଏକ ସୂତ୍ରରୁ ଜଣାପଡ଼ିଛି ଯେ,ଏହି ଘଟଣାରେ ୨ଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଭାବେ ଆହତ ହୋଇଛନ୍ତି ଯେଉଁମାନେ କି ନିଆଁଲିଭା କାମରେ ନିୟୋଜିତ ଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି।

ସୂଚନାଯୋଗ୍ୟ, ଆସାମର ତିନସୁକିଆ ଜିଲ୍ଲାରେ ଅଏଲ ଇଣ୍ଡିଆର ଏକ ତୈଳକୂପରେ ଜୁନ ମାସରେ ନିଆଁ ଲାଗି ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏଠାରେ ଗତ ୧୫ ଦିନ ହେବ ଗ୍ୟାସ ଲିକ୍ ହେଉଥିଲା। ଆଉ ଏହାକୁ ନିୟନ୍ତ୍ରିତ କରିବା ପାଇଁ ବିଦେଶୀ ବିଶେଷଜ୍ଞଙ୍କୁ ଡକାଯାଇଥିଲା।