ଫିଲ୍ମ ରିଲିଜ ପୂର୍ବରୁ ବୈଷ୍ଣବ ଦେବୀ ପହଞ୍ଚିଲେ ଶାହରୁଖ

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପାଇଁ ୨୦୨୩ ବର୍ଷଟି ଖୁବ୍ ଶୁଭଙ୍କର ରହିଛି । ବର୍ଷ ପ୍ରାରମ୍ଭରେ ଫିଲ୍ମ ‘ପଠାନ୍‌’ ହିଟ୍ ସାବ୍ୟସ୍ତ ହୋଇଥିଲା । ବର୍ଷ ମଝିରେ ‘ଯବାନ’ ମଧ୍ୟ ବ୍ଲକବଷ୍ଟର ରହିଥିବାବେଳେ ଆଉ ଶେଷରେ ‘ଡଂକୀ’ ରିଲିଜ ଅପେକ୍ଷାରେ ରହିଛି । ଏହିକ୍ରମେ ଫିଲ୍ମ ରିଲିଜ ପୂର୍ବରୁ ଶାହରୁଖ ମାତା ବୈଷ୍ଣବ ଦେବୀଙ୍କ ଦ୍ୱାରରେ ପହଞ୍ଚିଛନ୍ତି । ଏହି ସମୟରେ ଶାହରୁଖଙ୍କ ସହ ତାଙ୍କ ମ୍ୟାନେଜର ଥିବାବେଳେ ସୁରକ୍ଷା କର୍ମୀ ତାଙ୍କୁ ଘେରି ରଖିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

‘ଡଂକୀ’ ଫିଲ୍ମ ଡିସେମ୍ବର ୨୧ରେ ସିନେମା ଘରେ ରିଲିଜ ହେବ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମର ପୋଷ୍ଟର ଓ ଟିଜର ଦର୍ଶକଙ୍କ ଉତ୍ସାହକୁ ବଢ଼ାଇ ଦେଇଛି । ଶାହରୁଖଙ୍କ ବ୍ୟତୀତ ଫିଲ୍ମରେ ବୋମନ ଇରାନୀ, ତାପସୀ ପନ୍ନୁ, ଭିକି କୌଶଲ ଓ ସତିଶ ଶାହ ପ୍ରମୁଖ ନଜର ଆସିବେ ।