ଶାହଙ୍କ ବାତ୍ୟାଞ୍ଚଳ ସର୍ଭେ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଉଡ଼ାଜାହଜ ସର୍ଭେ କରିଛନ୍ତି। ଶାହା ପାଖାପାଖି ୨ ଘଣ୍ଟା ବାତ୍ୟା ପ୍ରଭାବିତ ଅଞ୍ଚଳ ସର୍ଭେ କରିଥିବା ଜଣାପଡ଼ିଛି। ଉକ୍ତ ବିପର୍ଯ୍ୟୟ ଫଳରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ଜଣ ନିଖୋଜ ଅଛନ୍ତି। ଏଥିସହିତ ୩୪୦୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସର୍ଭେ ପରେ ଶାହ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ପ୍ରଭାବିତ ଅଞ୍ଚଳର ସ୍ଥିତି ଦେଖିଲି। ଭାରତ ସରକାର ଚେତାବନୀ ଦେବା ପରେ ଉତ୍ତରଖଣ୍ଡରେ ବିପର୍ଯ୍ୟୟ ଯୋଗୁ ଅଧିକ କ୍ଷୟକ୍ଷତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ ସମସ୍ତ ଏଜେନ୍ସି ଭଲ କାମ କରିଛନ୍ତି। ଚାରି ଧାମ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ଅଟକା ଯାଇଥିଲା। ସେଥିପାଇଁ କୌଣସି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ। କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତିର ଆକଳନ କରିବ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ।