ପୁଲୱାମା ସିଆରପିଏଫ୍ କ୍ୟାମ୍ପରେ ରାତ୍ରିଯାପନ କରିବେ ଶାହ

ଜମ୍ମୁ-କଶ୍ମୀର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତର ଶେଷ ଦିନରେ ପୁଲୱାମା ପହଂଚିଛନ୍ତି। ପୁଲୱାମାର ଯେଉଁ ଜାଗାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେ ସେଠାକୁ ମଧ୍ୟ ଯାଇଥିଲେ। ସେଠାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହିତ ସିଆରପିଏଫ୍ କ୍ୟାମ୍ପରେ ଆଜି ରାତ୍ରି ଭୋଜନ କରିବା ସହ ସେଠାରେ ରାତ୍ରିଯାପନ ମଧ୍ୟ କରିବେ। ଆଉ ମଙ୍ଗଳବାର ଦିଲ୍ଲୀ ଫେରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅମିତ ଶାହ ସୋମବାର ଶ୍ରୀନଗରରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଜମ୍ମୁ-କଶ୍ମୀରକୁ ବିଜେପି ସରକାରଙ୍କ ତରଫରୁ ଦିଆଯାଉଥିବା ବିକାଶ ପରିଯୋଜନା ସମ୍ବନ୍ଧରେ କହିଥିଲେ।