ଜମ୍ମୁ-କଶ୍ମୀର ପହଂଚିଲେ ଶାହ

ନୂଆଦିଲ୍ଲୀ: ଘାଟିରେ ବଢ଼ୁଥିବା ଆତଙ୍କବାଦୀ ଗତିବିଧି ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତ ଲାଗି ଆଜି ଶ୍ରୀନଗର ପହଂଚିଛନ୍ତି। ଶାହ ଏଠାରେ ସୁରକ୍ଷା ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବେ। ଶାହଙ୍କ ଆଗମନକୁ ନେଇ ବିଳମ୍ବିତ ରାତିରେ ସେନା, ଏଆଇଏ, ବିଏସଏଫ, ଆଇବୀ, ସିଆରପୀଏଫ୍ ଓ ଜମ୍ମୁ-କଶ୍ମୀର ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ କେନ୍ଦ୍ରୀୟ ଏଜେନ୍ସିଙ୍କ ମଧ୍ୟରେ ସମନ୍ୱୟ ବୈଠକ ହୋଇଥିଲା।

ଅମିତ ଶାହ ଲକ୍ଷିତ ଆକ୍ରମଣ ଯୋଗୁ ଜାରି ରହିଥିବା ଭୟାବହ ପରିସ୍ଥିତି ମଧ୍ୟରେ ପଞ୍ଚାୟତ ସଦସ୍ୟଙ୍କ ସମେତ ରାଜନୈତିକ କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ୨୦୧୯ ଅଗଷ୍ଟରେ ଧାରା ୩୭୦ ହଟିବା ପରେ ଏହା ହେଉଛି ଶାହଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ବିକାଶ କାର୍ୟ୍ୟ ସମୀକ୍ଷା ବାହାନାରେ ଅଟକି ରହିଥିବା ରାଜନୈତିକ ଗତିବିଧିକୁ ପୁଣିଥରେ ଆରମ୍ଭ କରିବା ହେଉଛି ଏହି ଗସ୍ତ ପଛର ଉଦ୍ଦେଶ୍ୟ।